ବଜ୍ରପାତ ସହିତ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

ବଜ୍ରପାତ ସହିତ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

ବଜ୍ରପାତ ସହିତ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

ଭୁବନେଶ୍ବର :  ରାଜ୍ୟର କିଛି ସ୍ଥାନରେ ବ୍ରଜପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର , ଭଦ୍ରକ ଅଞ୍ଚଳରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ  ଜାରି କରାଯାଇଛି । ଏହା ଛଡ଼ା ଆସନ୍ତା ୫ ଦିନ ପାଇଁ ପାଗ ଶୁଖିଲା ରହିବ । କେବଳ କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନର ଉପକୁଳ ଓଡ଼ିଶାରେ ତାପାମାତ୍ରା ସ୍ବାଭାବିକ ରହିବା ସହ ଆଭ୍ୟନ୍ତରୀଣ  ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ତାପମାତ୍ର ବୃଦ୍ଧି  ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୁର୍ବାନୁମାନ କରାଯାଇଛି । ଆଭ୍ୟନ୍ତରୀଣ  ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ତାପମାତ୍ର ବୃଦ୍ଧି  ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୁର୍ବାନୁମାନ କରାଯାଇଛି ।