ନୱାବ ମଲ୍ଲିକଙ୍କୁ ଇଡିର ଜେରା
ନୱାବ ମଲ୍ଲିକଙ୍କୁ ଇଡିର ଜେରା
ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ୍ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜେରା କଯାଉଛି। ତାଙ୍କ ବିରୋଧରେ ବେଆଇନ୍ ଜମି କିଣାବିକା ମାମଲା ଆସିବା ପରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ମୁମ୍ବାଇ ବିସ୍ଫୋରଣ ମାମଲାରେ ଅପରାଧୀ ଥିବା ଜଣେ ବ୍ୟକ୍ତିଙ୍କଠାରୁ ସେ ଜମି କିଣିଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। ବିନା ନୋଟିସ୍ରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଏପରି କାର୍ୟ୍ୟାନୁଷ୍ଠାନକୁ ସମାଲୋଚନା କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ୟ୍ୟାଳୟ ସମ୍ମୁଖରେ ଏନ୍ସିପି ନେତା ଓ କର୍ମୀମାନେ ଆନ୍ଦୋଳନ କରୁଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି।




admin 