ତୁଷୁରା ମାରୱାଡିଯୁବା ମଞ୍ଚ ତରଫରୁ ଉଡାନ କାର୍ଯ୍ୟକ୍ରମ
ତୁଷୁରା ମାରୱାଡିଯୁବା ମଞ୍ଚ ତରଫରୁ ଉଡାନ କାର୍ଯ୍ୟକ୍ରମ
admin
Dec 16, 2019 - 05:26
Updated: Dec 16, 2019 - 05:26
ବଲାଙ୍ଗିର-ଉକôଳ ପ୍ରାନ୍ତୀୟ ମାରୱାଡିଯୁବା ମଞ୍ଚର ୩୧ ତମ ପ୍ରାନ୍ତୀୟ ସଭା ଉଡାନ କାର୍ଯ୍ୟକ୍ରମ ବରଗଡ ସ୍ଥିତ ସ୍ୱଂୟସିଦ୍ଧ ଭବନ ଠାରେ ଅନୁଷ୍ଟିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତୁଷୁରା ମାରୱାଡିଯୁବା ମଞ୍ଚର ଅଧ୍ୟକ୍ଷ ତଥା ତୁଷୁରା ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ଜୈନଙ୍କ ନେତୃତ୍ୱରେ ତାଙ୍କ ଶାଖାର ଯୁବକ ମାନେ ବୃକ୍ଷ ରୋପଣ, କ୍ୟାନସର ଭ୍ୟାନ, ଯୁବା ବିକାଶ କାର୍ଯ୍ୟକ୍ରମ, ଥଣ୍ଡା ପାନୀୟ ଜଳ ବଣ୍ଟନ ଆଦି ବିଭିନ୍ନ ଜନହିତକର କାର୍ଯ୍ୟକଳାପ କରାଯାଇଥିବାରୁ ଉକ୍ତ ଶାଖାକୁ ବିଶିଷ୍ଠ ଶାଖା ଭାବେ ସମ୍ମାନୀତ କରାଯାଇଥିଲା । ଉକôଳ ପ୍ରାନ୍ତୀୟ ମାରୱାଡି ମହିଲା ସମିତିର ଅଧ୍ୟକ୍ଷା ଗାୟତ୍ରୀ ଲାଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୁଷୁରା ଶାଖାର ଅଧ୍ୟକ୍ଷ ଶ୍ରୀ ଜୈନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଅନ୍ୟପକ୍ଷରେ ମଣ୍ଡଳୀୟ ଉପାଧ୍ୟକ୍ଷ ଆଶିଷ ଚୌଧୁରୀ, ଜୈନ ତେରାପନ୍ଥ ପପସେନାଳ ଫୋରମର ପୂର୍ବ କ୍ଷେତ୍ରର ସହମନ୍ତ୍ରୀ ବିରେନ୍ଦ୍ର ଜୈନ, ଯୁବ ସାମ୍ବାଦିକ ପବନ ଅଗ୍ରୱାଳ(ବଂଶଳ), ପୂର୍ବତନ ଜିଲା ରାଇସ ମିଳ ସଭାପତି ତଥା ପୂର୍ବତନ ପ୍ରାନ୍ତୀୟ କାର୍ଯ୍ୟକାରୀଣୀ କମିଟିର ସଦସ୍ୟ ଦୀନଦୟାଲ କେଡିଆ, ପୂର୍ବତନ ଶାଖା ଅଧ୍ୟକ୍ଷ ବିକାଶ କେଡିଆ, ଯୁବ ସମାଜସେବୀ ଗଜାନନ ଅଗ୍ରୱାଳ, ଆଶିଷ କେଡିଆ, ରିଙ୍କି ଅଗ୍ରୱାଳ ତଥା ଅଞ୍ଚଳବାସୀ ପକ୍ଷରୁ ସ୍ୱାଗତ କରିଥିଲେ ।