ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଏନଆଇଏ ରେଡ୍

ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଏନଆଇଏ ରେଡ୍

ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଏନଆଇଏ ରେଡ୍
ଶ୍ରୀନଗର : ବୁଧବାର ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ ରେଡ କରାଯାଇଛି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ କାରଣରୁ ଏହି ସ୍ଥାନ ମାନଙ୍କରେ ଚଢାଉ କରାଯାଇଥିବା ନେଇ ଏନଆଇଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ଗ୍ରେଟର କାଶ୍ମୀରର କାର୍ଯ୍ୟାଳୟ ଏବଂ ଜନୈକ ମାନବାଧିକାର କର୍ମୀ ଖୁରମ ପରଭେଜଙ୍କ ଘର ଉପରେ ଏହି ରେଡ କରାଯାଇଛି । ସେହିପରି ଆଥ୍ରୋଟ ନାମକ ଏନଜିଓ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ କରାଯାଇଛି । ଏହି ସଂସ୍ଥା ମାନଙ୍କ ଅର୍ଥ ଆୟକାରୀ ପନ୍ଥା ସନେ୍ଦହଘେରକୁ ଆସିବାରୁ ରେଡ କରାଯାଇଥିଲା । ସେହିପରି ସାମାଜିକ କର୍ମୀ ଖୁରମକୁ ୨୦୧୬ରେ ଗୃହବନ୍ଦୀ ରଖାଯାଇଥିଲା । କୋର୍ଟଙ୍କ ଆଦେଶ ସତ୍ତ୍ୱେ ୭୬ ଦିନ ପାଇଁ ଖୁରମଙ୍କୁ ବନ୍ଦୀ ରଖାଯାିଥିଲା । ମୁକ୍ତ ହେବା ପରେ ପିଏସଏ ଆଇନ ଆଧାରରେ ଖୁରମକୁ ପୁଣି ଥରେ ଗୃହବନ୍ଦୀ କରାଯାଇଥିଲା । ସେହିପରି ଗ୍ରେଟର କାଶ୍ମୀର ସମ୍ପାଦକ ଫୟାଜ କାଲୁଙ୍କୁ ୨୦୧୯ରେ ଏନଆଇଏ ପକ୍ଷରୁ ପଚରା ଉଚୁରା କରାଯାଇଥିଲା । ବୁରହାନ ୱାନିର ଏନକାଉଣ୍ଟର ପରେ କିଛି ବିବାଦୀୟ ଆର୍ଟିକିଲ ଲେଖି ଚର୍ଚ୍ଚାକୁ ଆସିଥିଲେ କାଲୁ ।