କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ : ସେପ୍ଟେମ୍ବରରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ

କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ : ସେପ୍ଟେମ୍ବରରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ

କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ : ସେପ୍ଟେମ୍ବରରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ
ନୂଆଦିଲ୍ଲୀ : ଭାରତରେ ନିର୍ମିତ କରୋନା ଟୀକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି । ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର ପକ୍ଷରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଥିବା କୁହାଯାଇଛି । ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଥିବା ନେଇ ଆଇସିଏମ୍ଆର ପକ୍ଷରୁ ଶୁକ୍ରବାର କୁହାଯାଇଛି । ସେପ୍ଟେମ୍ବର ସୁଦ୍ଧା ଉଭୟ ସଂସ୍ଥା ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ଟୀକାଟି ସୁରକ୍ଷିତ ପ୍ରମାଣିତ ହୋଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଟୀକାର କାର୍ଯ୍ୟକାରିତା ୁପରେ ପରୀକ୍ଷଣ କରାଯିବ ବୋଲି ସଂସ୍ଥାର ମୁଖ୍ୟ ସବିତା ବର୍ମା ପ୍ରକାଶ କରିଛନ୍ତି । ଦେଶର ୧୨ଟି ରାଜ୍ୟର ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା । ଆସନ୍ତା ୨୦୨୧ ସୁଦ୍ଧା ଏହି ଟୀକା ବଜାରରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ବୋଲି ବର୍ମା ପ୍ରକାଶ କରିଛନ୍ତି ।