ଏୟାର ଇଣ୍ଡିଆର ଅବୁଧାବି କାଲିକଟ୍‌ ବିମାନରେ ଅଗ୍ନିକାଣ୍ଡ

ଏୟାର ଇଣ୍ଡିଆର ଅବୁଧାବି କାଲିକଟ୍‌ ବିମାନରେ ଅଗ୍ନିକାଣ୍ଡ

ଏୟାର ଇଣ୍ଡିଆର ଅବୁଧାବି କାଲିକଟ୍‌ ବିମାନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଅବୁଧାବି କାଲିକଟ୍‌ ବିମାନରେ ଅଗ୍ନିକାଣ୍ଡ । ଏଥିଯୋଗୁଁ ବିମାନ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଆବୁଧାବି କାଲିକଟ ଫ୍ଲାଇଟ୍‌ ନଂ ଏକ୍ସ୩୪୮ର ଇଂଜିନରେ ନିଆଁ ଲାଗିଯାଇଥିଲା । ଏହାପରେ ବିମାନ ଆବୁଧାବି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଏଥିରୁ ସମସ୍ତଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ କଢାଯାଇଥିଲା । ବିମାନ ଅବତରଣ କରିବା ସମୟରେ ବିମାନବନ୍ଦରରେ ଅଗ୍ନିଶମ କର୍ମଚାରୀ ପ୍ରସ୍ତୁତ ଥିଲେ । ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି ।