ଆମେରିକାକୁ ଏମିତି କହିଲା ତାଲିବାନ

ଆମେରିକାକୁ ଏମିତି କହିଲା ତାଲିବାନ

ଆମେରିକାକୁ ଏମିତି କହିଲା ତାଲିବାନ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି । ତାଲିବାନ ଅଫିସର ଅମିର ଖାନ ମୁତାକି କହିଛନ୍ତି, ଆମେରିକା ଏହାର ସମସ୍ତ ଶକ୍ତି ଏବଂ ସୁବିଧାର ବ୍ୟବହାର କରି ମଧ୍ୟ ବିମାନବନ୍ଦରରେ ଶାନ୍ତି ରକ୍ଷା କରିବାରେ ବିଫଳ ହୋଇଛି । ସମଗ୍ର ଦେଶରେ ଶାନ୍ତି ଏବଂ ସ୍ଥିରତା ଜାରି ରହିଥିବା ବେଳେ କେବଳ କାବୁଲ ବିମାନବନ୍ଦରରେ ଅରାଜକ ସ୍ଥିତି ଉପୁଜିଛି । ଅନ୍ୟପକ୍ଷରେ ଆମେରିକା ଏହାର ନାଗରିକଙ୍କୁ କାବୁଲ ବିମାନବନ୍ଦରର ସୁରକ୍ଷା ସ୍ଥିତି ନେଇ ସତର୍କ କରାଇଛି । ତାଲିବାନ କବଳରୁ ସମସ୍ତ ନାଗରିକଙ୍କୁ ମୁକ୍ତ କରିବା ଅସମ୍ଭବ ବୋଲି ୟୁରୋପୀୟ ସଂଘ ସ୍ୱୀକାର କରିଛି । ଏବେ ଭୟଭୀତ ଆଫଗାନ ନାଗରିକମାନେ କାବୁଲ ବିମାନବନ୍ଦରରେ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରୁଛନ୍ତି । ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଜଟିଳ ହେଉଛି । ଆମେରିକା ମଧ୍ୟ ଏତେ ସଂଖ୍ୟାରେ ନାଗରିକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଛି । ଅନେକ ଲୋକ ଚିତ୍କାର କରି କହୁଛନ୍ତି, ‘ଦୟାକରି ଆମକୁ ନେଇଯାଅ, ଯେଉଁଠି ହେଲେ ବି ପହଞ୍ଚାଇ ଦିଅ’ । ଆମେରିକା ଅଗଷ୍ଟ ୩୧ ସୁଦ୍ଧା ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଶେଷ କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଫଗାନିସ୍ତାନରୁ ୧୫ ହଜାର ଆମେରିକୀୟ ଏବଂ ୫୦ରୁ ୬୦ ହଜାର ଆଫଗାନ ସହଯୋଗୀ ଖାଲି ହେବେ ବୋଲି ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି ।