world hepatitis day
ସାରା ବିଶ୍ବ ରେ ଆଜି ବିଶ୍ବ ହେପାଟାଇଟିସ ଦିବସ ପାଳିତ ହେଉଛି। ସେହି କ୍ରମରେ କଟକ ଏସସିବି ମେଡିକାଲ କଲେଜ ପରିସରରେ ଏକ ହେପାଟାଇଟିସ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟରେ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ନର୍ସିଂ ଛାତ୍ରୀ ଯୋଗ ଦେଇ ହାତରେ ପ୍ଲାକ କାର୍ଡ ଧରି ମେଡିକାଲ ପରିସରରେ ସଚେତନତା ସୃଷ୍ଟି କରିଥିଲେ। ଏହି ରୋଗର ଭୟାବହତା ଓ ଦୁର୍ବଳ ଚିକିତ୍ସା କାରଣରୁ ପ୍ରତିବର୍ଷ ହେପାଟାଇଟିସ ରେ ସାରା ବିଶ୍ବ ରେ 14 ଲକ୍ଷ ଲେକ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଏହି ଅବସରରେ ବରିଷ୍ଠ ଚିକିତ୍ସକମାନେ ମତ ଦେଇଥିଲେ। ତେଣୁ ହେପାଟାଇଟିସ ସଂପର୍କ ରେ ସଚେତନତା ଟୀକାକରଣ ବ୍ୟାପକ କରିବାକୁ ଏହି ଦିବସରେ ବରିଷ୍ଠ ଚିକିତ୍ସକ ମାନେ ପରାମର୍ଶ ଦେଇଥିଲେ।




